ସୁନ୍ଦରଗଡ଼: ଲୁଟେରାଙ୍କ ସିରିଜ ଲୁଟ୍ । କଲୋନୀରେ ପଶି ୪ଟି ଘରୁ ଲୁଟିନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ଦରେଇକଳା ଗେଷ୍ଟହାଉସ୍ କଲୋନୀରେ ଚୋରି ଅଭିଯୋଗ ଆସିଛି। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ହୋଇଛି ସିରିଜ ଚୋରି । ଘରର କବାଟ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ କରି ଲୁଟେରା ଫେରାର ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।