ସୁବର୍ଣ୍ଣପୁର( ଓମ୍ ପ୍ରକାଶ ମିଶ୍ର);-ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୩୬ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକ୍ ଫେଷ୍ଟ୍ର ପ୍ରଥମ ସେମି ଫାଇନାଲ ମ୍ୟାଚ ଆଜି ସୁନ୍ଦରଗଡ଼ ନବ ଜୀବନ କ୍ରିକେଟ କ୍ଲବ୍ ଓ ରକେଟ ମୁମ୍ବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମଟି ଟ୍ରେଟି ମ୍ୟାଚ୍ରେ ସୁନ୍ଦରଗଡ଼ ଦଳକୁ ହରାଇ ୭ ଓଭର ୭ ୱିକେଟରେ ବିଜୟୀ ହୋଇଥିବାବେଳେ ଟି ଟେନ ଫର୍ମାଟ ମ୍ୟାଟ୍ରେ ମୁମ୍ବାଇ ଦଳ ୧୦ ଓଭରରେ ସୁନ୍ଦରଗଡ଼ ଦଳକୁ ୮୯ ରନ୍ ଟାର୍ଗେଟ ଦେଇଥିଲା। କିନ୍ତୁ ସୁନ୍ଦରଗଡ଼ ଦଳ ଏହି ଟି ଟେନ ଫର୍ମାଟ ମ୍ୟାଟ୍ରେ ମଧ୍ୟ ମୁମ୍ବାଇ ଦଳକୁ ହରାଇ ୧ ଓଭର ଓ ୭ ୱିକେଟ୍ରେ ମ୍ୟାଚ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି।
ଆଜିର ମ୍ୟାନ୍ ଅଫ ଦି ମ୍ୟାଚ ସୁନ୍ଦରଗଡ଼ ଦଳର ଖେଳାଳି ବ୍ରିଜେଶ ଶର୍ମାଙ୍କୁ ଆଜିର ଅତିଥ୍ ପୋଲିସ କନେଷ୍ଟବଳ ଏସୋସିଏସନ୍ ସଂଘ ସଭାପତି ଦିନେଶ ରଞ୍ଜନ ମିଶ୍ରଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା । ଅଚ୍ୟୁତ ମିଶ୍ର ଓ ଟୁଟୁ ରାଓ ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଓସିଏର ପ୍ୟାନେଲ ଅମ୍ପାୟାର ସତ୍ୟ ପ୍ରାସାଦ ରଥ, ପୃଥ୍ ରାଜ ମିଶ୍ର ଖେଳ ପରିଚାଳନା କରିଥିଲେ। ବିନୋଦ ପାତ୍ର, ଦିନେଶ ଘିବିଲା, ପାର୍ଥ ସାରଥ୍ ଦାଶ ସ୍କୋରର ଭାବେ ଦାୟିତ୍ବ ତୁଲାଇଥିଲେ।