ସୁନ୍ଦରଗଡ଼: ଭିଜିଲାନ୍ସ କବ୍ଚାରେ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ ଖୋଳତାଡ଼ ହେଉଛି । ସମ୍ବଲପୁର ବୁର୍ଲା ଟାଉନରେ ୩ ମହଲା କୋଠା ଠାବ ହୋଇଥିବା ବେଳେ ସେହିପରି ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ବାସଭବନ ଓ ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଛାନବିନ୍ ଚାଲିଛି । ଚଢ଼ାଉରେ ୫ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।