(ଜଗନ୍ନାଥ ଅଗ୍ରୱାଲ): ଆସିଲା ମହାବୀର ମୁତ୍ୟୃର ଶବ ବ୍ୟବଚ୍ଛେଦ ରିପୋଟଁ । ବ୍ୟବଚ୍ଛେଦ ପରେ ମିଳିଥିବା ସୂଚନା ଅନୁସାରେ, ମହାବୀର ବେକରେ ହୋଇଥିବା ଏକ ଗଭୀର କ୍ଷତରୁ ସଂକ୍ରମଣ ହୋଇ ତାର ମୃତ୍ୟୁ ହୋଇଥିଲା। ସାତକୋଶିଆର ଫିଲ୍ଡ ଡିଟେକ୍ଟର ଡ.ସୁଦର୍ଶନ ପଣ୍ଡାଙ୍କ ସୂଚନା ଅନୁସାରେ ମୃତ ମହାବୀରର ପାକସ୍ଥଳୀରୁ ୧୦ ରୁ ୧୨ଟି ଝିଙ୍କ କାଠି ମିଳିବା ସହ ତା’ର ମଳରୁ ବାର୍ହା ଲୋମ ମିଳିଛି। ଏହା ସୂଚିତ କରୁଛି ଯେ ମୃତ୍ୟୁର ୪ ରୁ ୫ ଦିନ ପୂର୍ବରୁ ବାଘଟି ଏକ ଜଙ୍ଗଲୀ ବାର୍ହାର ଶିକାର କରିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଝିଙ୍କ ଶିକାର କରି ଖାଇବା ଓ ଝିଙ୍କର କାଠିକୁ ହଜମ କରି ନ ପାରିବା ହେତୁ ତାହା ପାକସ୍ଥଳୀରେ ରହିଥିବା ଜଣାପଡ଼ିଛି। ହୁଏତ ଏଥିଲାଗି ମହାବୀର ବାଘ ପାକସ୍ଥଳୀ ସଂକ୍ରମଣର ଶିକାର ହୋଇଥାଇ ପାରେ। ଫାଇନାଲ ରିପୋର୍ଟ ଆସିବା ପରେ ମହାବଳ ବାଘର ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଡ.ସୁଦର୍ଶନ ପଣ୍ଡା କହିଛନ୍ତି।
ଅନ୍ୟପଟେ ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଆଜି ପୁଣି ମୁହଁ ଖୋଲିଛି ବନ ବିଭାଗ। ଏ ବାବଦରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ ଆଜି ସ୍ପଷ୍ଟ କରିଛନ୍ତି ।