ଫେରିବେନି ସୁନୀତା ;ରକେଟ୍ ଲଞ୍ଚକୁ ୧ ଘଣ୍ଟା ଥିଲା ;ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍

0

ଭୁବନେଶ୍ୱର; ଫେରିବେନି ସୁନୀତା । ରକେଟ୍ ଲଞ୍ଚକୁ ୧ ଘଣ୍ଟା ଥିଲା । ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ । ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାତୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି ।

ଲଞ୍ଚ ହେବାକୁ ଗୋଟିଏ ଘଣ୍ଟା ଥିଲା । ଏହାପୂର୍ବରୁ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ହୋଇଛି । ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସ ଫେରିବା ବିଳମ୍ବ ହେବ । ମାର୍ଚ୍ଚ ୧୬ରେ ସୁନୀତା ଓ ୱିଲମୋର ବୁଚ୍ ମହାକାଶରୁ ଫେରିଥାନ୍ତେ ।

ଏବେ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପାଖାପାଖି ୯ମାସ ମହାକାଶରେ ଫସି ରହିଛନ୍ତି ସୁନୀତାଙ୍କ ସମେତ ତାଙ୍କ ଟିମ୍ । ଖୁବଶିଘ୍ର ସେ ଫେରିବା ନେଇ ଉତ୍କଣ୍ଠାର ସହ ଲୋକ ଚାହିଁ ରହୁଥିଲେ ।

ମାତ୍ର ତାଙ୍କର ଫେରିବା ବିଳମ୍ବ ହେବ । ତାଙ୍କୁ ଆଣିବାକୁ ଯିବାକୁ ଥିବା କ୍ରୁ -୧୦ ମିଶନ ଫେଲ୍ ମାରିଛି? ଶେଷ ମୁହୂର୍ତ୍ତରେ ଲଞ୍ଚ ପ୍ୟାଡରେ ବୈଷୟିକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ କୁହାଯାଉଛି ।