ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୨୮୬ ଦିନ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ଉଭୟ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଓହ୍ଲାଇଥିଲେ । ଭାରତୀୟ ସମୟ ଭୋର୍ ୩ ଟା ୩୭ ମିନିଟ ସମୟରେ ଡ୍ରାଗନ କ୍ୟାପସୁଲ ସମୁଦ୍ରରେ ଅବତରଣ କରିଥିଲା । କେବଳ ସୁନିତା ଓ ବୁଟ ନୁହଁନ୍ତି ସେମାନଙ୍କ ସହ ଅନୂ ୨କ୍ରୁ ସଦସ୍ୟ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ ଫେରିଛନ୍ତି ।
ତେବେ ଏହି ଯାତ୍ରା ଦୀର୍ଘ ୧୭ ଘଣ୍ଟାର ଥିଲା । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ଥିଲା । ଯାହାକୁ ଶ୍ୱର ବେଗଠୁ ୨୨ ଗୁଣା ଅଧିକ ବେଗରେ ପୃଥିବୀର ବାୟୁମଣ୍ଢଳକୁ ପ୍ରବେଶ କରିଥିଲା । ପରେ ବାହ୍ୟ ତାପମାତ୍ରା ୧୯୨୬ ଡ୬ଗ୍ରୀ ସେଲସିୟସ ବଢି ଯାଇଥିଲା । ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା ।
ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।
ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ରାଷ୍ଟ୍ରପତି ହେବା ପରେ ଯେତେବେଳେ ମୁଁ କାର୍ୟ୍ୟାଳୟକୁ ଆସିଲି, ମୁଁ ଏଲନ ମସ୍କଙ୍କୁ କହିଥିଲି ଯେ ଆମକୁ ସେମାନଙ୍କୁ (ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର) ଫେରାଇ ଆଣିବାକୁ ପଡିବ। ବିଡେନ ସେମାନଙ୍କୁ ଛାଡ଼ି ଦେଇଛନ୍ତି। ଏବେ ସେମାନେ ଫେରି ଆସିଛନ୍ତି। ସେମାନେ ସୁସ୍ଥ ହେଲେ ଓଭାଲ ଅଫିସ (ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ)କୁ ଆସିବେ।
ଆମେରିକାର ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ୮ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନ ମାଧ୍ୟମରେ ମହାକାଶକୁ ଯାଇଥିଲେ। ଏହା ନାସାର ଏକ ୮ ଦିନିଆ ମହାକାଶ ଅଭିଯାନ ଥିଲା, କିନ୍ତୁ ଏହି ମହାକାଶଯାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ, ନାସା ସେମାନଙ୍କୁ ଫେରାଇ ଆଣିବାକୁ ଅନେକ ଥର ଚେଷ୍ଟା କରିଥିଲା, କିନ୍ତୁ ଉଭୟ ମହାକାଶଚାରୀ ଫେରିପାରି ନ ଥିଲେ। ଶେଷରେ ନଅ ମାସ ପରେ ଉଭୟଙ୍କୁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ଫେରାଇ ଅଣାଯାଇଛି।