ମହାକାଶରୁ ୨୦୨୫ରେ ଫେରିବେ ସୁନିତା ଓ୍ବିଲିୟମ୍ସ ଓ ସାଥି ମହାକାଶଚାରୀ ବୁଚ୍ ଓ୍ବିଲମୋର

0

ୱାସିଂଟନ : ପୃଥିବୀ ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍ସ । ୨୦୨୫ ଫେବୃଆରୀରେ ମହାକାଶରୁ ଫେରିବେ ସୁନିତା। ଏବଂ ତାଙ୍କ ସହ ମହାକାଶ ଯାତ୍ରା କରିଥିବା ବୁଚ୍ ଓ୍ବିଲମୋର । ସାଥି ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ କିମ୍ବା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ସାହାଯ୍ୟରେ ପୃଥିବୀ ଫେରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି । ଶନିବାର ଦିନ ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କର ପ୍ରତ୍ୟାବର୍ତ୍ତନ ଓ ସେମାନଙ୍କ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ବରୁ ବିଶେଷଜ୍ଞଙ୍କ ଦ୍ୱାରା ଏହା ଆଲୋଚନା ହୋଇଥିଲେ ସୁଦ୍ଧା ଏହାର ନିଷ୍ପତ୍ତି ଶନିବାରକୁ ଅଟକିଥିଲା । ତେବେ ନାସା ତରଫରୁ ଉଭୟ ମହାକାଶଚାରୀ ସୁନିତା ଓ ବୁଚଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେବେ ଗତ ଜୁନ ମାସରୁ ଏପର୍ଯ୍ୟନ୍ତ ଦୁଇ ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି ।