୨ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଡୋନାଲ୍ଡ ଟ୍ରମ୍ପ..

0

ଆମେରିକାର ମହାକାଶଚାରୀ ସୁନିତା ୱିଲିୟମ୍ସ ୨୦୨୪ ଜୁନରେ ମହାକାଶ ଯାତ୍ରା କରିଥିଲେ । ମାତ୍ର ୮ ଦିନ ପାଇଁ ଯାଇ ୨୩୭ ଦିନ ହେଲଣୀ ଏଯାବତ ସେ ପୃଥିବୀକୁ ଫେରିନାହାନ୍ତି । ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ପ୍ରାୟ ୭ ମାସ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ଦେଶ ତଥା ବିଶ୍ୱର ଲୋକମାନେ ଉଭୟ ଉଭୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଛନ୍ତି । ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ କହିଛନ୍ତି ଯେ ସେ କିପରି ଚାଲାନ୍ତି ତାହାକୁ ମନେ ପକାଇବାକୁ ଚେଷ୍ଟା କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୭ ରେ ଆମେରିକାର ନିଡହମ୍ ହାଇସ୍କୁଲର ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସ୍ପେଶ ଷ୍ଟେସନରେ କିପରି ରହୁଛନ୍ତି ସେନେଇ ପିଲାଙ୍କୁ କହିଥିଲେ । ସୁନୀତା କହିଥିଲେ ମୁଁ ଏଠାରେ ଚାଲିପାରୁନି, ବସିପାରୁନି କି ଶୋଇ ପାରୁନି । ଏଠାରେ ଖାଲି ମୁଁ ଭାସୁଛି । ତୁମେ କେବଳ ଆଖି ବନ୍ଦ କରି ତୁମେ ଯେଉଁଠାରେ ଥାଅ ଭାସିବ ।


ୱିଲିୟମ୍ସ ଆହୁରି କହିଛନ୍ତି ଯେ ସେ ମହାକାଶରେ ସହଯୋଗୀ ବଚ୍‌ ୱିଲମୋରଙ୍କ ସହିତ ଏତେ ଦିନ ଫସିଯିବେ ବୋଲି କେବେ କଳ୍ପନା କରିନଥିଲେ । ଏହା ତାଙ୍କ ପାଇଁ ସାମାନ୍ୟ ଝଟକା ଥିଲା । ପ୍ରଥମେ ସେ ଏହି ମିଶନରେ ମାସେ ରହିପାରନ୍ତି ବୋଲି ଆଶଙ୍କା କରୁଥିଲେ କିନ୍ତୁ ଏହି ସମୟ ବୃଦ୍ଧି ପାଇବା ପରେ ଉଭୟଙ୍କ ପାଇଁ ଏହା ଭିନ୍ନ ଅନୁଭବ ଥିଲା ବୋଲି ସେ କହିଛନ୍ତି ।


ସେପଟେ ଖୁବଶ୍ରୀଘ୍ର ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ଏଲନ ମସ୍କଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ଏଲନ ମସ୍କଙ୍କ ସ୍ପେଶଏକ୍ସ ଖୁବଶୀଘ୍ର ଏକ ମିଶନ ଲଞ୍ଚ କରି ଫସିରହିଥିବା ଦୁଇ ମହାକାଶଚାରୀଙ୍କୁ ପୃଥିବୀ ଫେରାଇଆଣିବ । ଏ ନେଇ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, “ଏଲନ ଖୁବଶୀଘ୍ର ମିଶନ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ୨୦୨୫ ମାର୍ଚ୍ଚରେ ସେମାନେ ପୃଥିବୀ ପୃଷ୍ଟକୁ ଫେରିପାରନ୍ତି । ସେଥିପାଇଁ କିପରି ଚାଲନ୍ତି ଏହାକୁ ମନେପକାଉଛନ୍ତି ସୁନିତା।