ଆଜି ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ  ଓ ଦିଲ୍ଲୀ କ୍ୟାପିଟାଲ୍ସ

0

ନୂଆଦିଲ୍ଲୀ :   ଆଇପିଲଲରେ ଆଜି ମୁହାଁମୁହିଁ ହେବେ  ସନ୍‌ରାଇଜର୍ସ  ହାଇଦ୍ରାବାଦ  ଓ ଦିଲ୍ଲୀ କ୍ୟାପିଟାଲ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳିବ ସନ୍‌ରାଇଜର୍ସ ହାଇଦ୍ରାବାଦ   ।  ଆଜିର ମ୍ୟାଚ୍  ଜରିଆରେ ବିଜୟକୁ ଫେରିବା ପାଇଁ ପ୍ରୟାସ କରିବେ। ସନ୍‌ରାଇଜର୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସଦୃଶ ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । କ୍ୟାପିଟାଲ୍ସ ୧୦ଟି ମ୍ୟାଚ୍‌ ଖେଳି ୬ ବିଜୟ, ୪ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିବାବେଳେ ସନ୍‌ରାଇଜର୍ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ପଏଣ୍ଟ ସହ ନବମ ସ୍ଥାନରେ ରହିଛି ।

ସୂଚନା ଅନୁଯାୟୀ,  ମାର୍ଚ୍ଚ ୩୦ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କ୍ୟାପିଟାଲ୍ସ ୭ ୱିକେଟରେ ଏହି ମ୍ୟାଚ୍‌ ଜିତିଥିଲା । ପ୍ରମୁଖ ପେସ୍‌ ବୋଲର ମିଚେଲ ଷ୍ଟାର୍କ ୫ଟି ୱିକେଟ୍‌ ନେଇ ବିଜୟରେ ହିରୋ ସାଜିଥିଲେ । ଅଭିଷେକ ବର୍ମାଙ୍କୁ ଛାଡ଼ିଦେଲେ ଦୁର୍ଦ୍ଧର୍ଷ ଓପନର ଟ୍ରେଭିସ୍‌ ହେଡ୍‌, ଈଶାନ କିଷନ, ହେନରିକ କ୍ଲାସେନଙ୍କ ବିଫଳତା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି । ଆଜି ଘରୋଇ ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ କମିନ୍ସ ବାହିନୀ ପ୍ରସ୍ତୁତ ରହିଛନ୍ତି ।