୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

0

ହାଇଦ୍ରାବାଦ : ଜେଲ୍ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ସେପଟେ ଏହି ଘଟଣାରେ ପ୍ରଥମେ ଅଲ୍ଲୁ ଅର୍ଜୁନ ଓ ପରେ ତାଙ୍କ ବଡିଗାର୍ଡଙ୍କୁ ଗିରଫ କରାଯାଇଥିବା ମଧ୍ୟ ଜଣାପଡିଛି। ତେବେ ନାମପଲ୍ଲୀ କୋର୍ଟ ଅଲ୍ଲୁ ଅର୍ଜୁନଙ୍କ ଜାମିନ ନାମଞ୍ଜୁର କରିବା ସହ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ତେଲେଙ୍ଗାନା ହାଇକୋର୍ଟରେ ପହଞ୍ଚିଛନ୍ତି ଅଲ୍ଲୁ ଅର୍ଜୁନ । ଜରୁରୀ ଶୁଣାଣି ପାଇଁ ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ।