ଭୁବନେଶ୍ୱର;ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଯେଉଁ ମିଲର ମାନେ ଅଧିକ କଟନୀ ଛଟନୀ କରୁଛନ୍ତି, କଥା ମାନୁ ନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ମିଲର ସରକାରଙ୍କ ନିୟମ ମାନିବେ ନାହିଁ, ମନମାନୀ କରିବେ, ପୁରୁଣା ନୀତିରେ ଚାଲିବେ । ସେ ସବୁ ଆଉ ଚାଲିବ ନାହିଁ । ନୂଆ ସରକାର ନୂଆ ନୀତିରେ ଚାଲିବ । କୃଷକ ମାନଙ୍କୁ ହଇରାଣ କଲେ କଡ଼ା ଆକ୍ସନ ହେବ ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।