ଆଳୁ ସମସ୍ୟା: ବ୍ୟବସାୟୀ ସଙ୍ଘ ସହ ଯୋଗାଣ ମନ୍ତ୍ରୀଙ୍କ ଆଲୋଚନା

0

ଭଦ୍ରକ: ଓଡିଶାରେ ଆଳୁକୁ ନେଇ ଯେଉଁ ସମସ୍ୟା ଲାଗି ରହିଛି  । ଏହାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଅଣାଯାଉଛି । ତେବେ ଆଳୁ ଯେଉଁ ପରି ଅଧିକ ଉତ୍ପାଦନ ହେବ ଏବଂ ପନିପରିବା ସହିତ ଆଳୁ କିପରି ଶୀତଳ ଭଣ୍ଡାରରେ ଉତ୍ପାଦନ ସମୟରେ ରହିପାରିବ ତାହା ଉପରେ ବିଚାର ବିମର୍ଶ ଚାଲିଛି । ତେଣୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏନେଇ ଆଜି ଯୋଗାଣ ମନ୍ତ୍ରୀ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ତ୍ରୀ ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ଓ ରାଇସ ମିଲ ମାଲିକ ସଙ୍ଘ ଓ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ ।ରାଜ୍ୟରେ ଖାଉଟି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟିବା ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଡିବା ଉପରେ ବିଶେଷ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।