କେରଳରେ ପ୍ରସିଦ୍ଧ ସାବରୀ ମାଲା ମନ୍ଦିରକୁ ପ୍ରବେଶ କରିିପାରିବେ ମହିଲା: ସୁପ୍ରିମ୍ କୋର୍ଟ

0

(ଶୁଭସ୍ମିତା ଦାଶ): ମହିଳାଙ୍କ ସପକ୍ଷରେ ଆସିଲା ରାୟ । କେରଳରେ ଥିବା ସାବରୀ ମାଲା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶକୁ ନେଇ ଯେଉଁ କଟକଣା ଥିଲା । ସେ ସଂକ୍ରାନ୍ତରେ ଆଜିି ସୁପ୍ରିମ୍ କୋର୍ଟ ନିଜର ଗୁରୁତ୍ୱ ପୂଣର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ମହିଳାମାନେ ମନ୍ଦିର ଭିତରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । ଏହି ମାମଲାରେ ଶୁଣାଣି ଶୁଣାଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ । ଏନେଇ ଅନୁଷ୍ଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ମୁଖ୍ୟ ବିଚାର ପତି, ଜଷ୍ଟିସ୍ ନରିମନ୍, ଜଷ୍ଟିସ୍ ଖାନୱିଲକର ମହିଳାଙ୍କ ସପକ୍ଷରେ ଏହି ରାୟ ଶୁଣାଇଛନ୍ତି ।୧୦ରୁ ୫୦ ବର୍ଷ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିବା ଅନୁଚିତ । କାରଣ ସେମାନଙ୍କ ମାସିକ ଧର୍ମ ସମୟରେ ନିଜକୁ ଶୁଦ୍ଧ ରଖିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସକ ସୁପ୍ରିମ୍କୋଟଙ୍କୁ କହିଥିଲେ । ହେଲେ ଏ ମାମଲାରେ କେରଳ ସରକାର ମହିଳାଙ୍କୁ ସମର୍ଥନ କରୁଥିଲେ । ଭଗବାନ ଅୟପ୍ପାଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଅନୁଚିତ । ସେହିପରି ସୁପ୍ରିମ୍ କୋର୍ଟ ଅନୁଚ୍ଛେଦ ୨୫ ଅନୁସାରେ ସମସ୍ତେ ସମାନ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତ । ଯୁଗ ବଦଳିବା ସହ ମହିଳାମାନେ ମଧ୍ୟ ପରୁଷଙ୍କ ସହ ପାଦ ମିଶାଇ ଆଗକୁ ବଢୁଛନ୍ତି । ତେଣୁ ଧର୍ମକୁ ନେଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବେ କରିବା ଅନୁଚିତ ବୋଲି କୋର୍ଟ କହିଛନ୍ତି । ସେହିପରି ନିୟମ କାନୁନ୍ ମହିଳା ଓ ପୁରୁଷଙ୍କ ପାଖରେ ସମାନ । ମହିଳାଙ୍କ ପାଇଁ ବିଭିନ୍ନ ମାପଦଣ୍ଡ ସେମାନଙ୍କ ସମ୍ମାନରେ ଆଞ୍ଚ ଆଣୁଥିଲା ବୋଲି ମୁଖ୍ୟ ବିଚାର ପତି ଦୀପକ ମିଶ୍ର କହିଛନ୍ତି । ଏହି ମନ୍ଦିରକୁ ମହିଳାଙ୍କ ପ୍ରବେଶ କଟକଣା ଦ୍ୱାରା ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅଧୀନରେ ମହିଳାଙ୍କୁ ମିଳିଥିବା ଅଧିକାର ଉଲ୍ଲଘଂନ ହୋଉଛି କି ନାହିଁ ସେ ସଂପର୍କରେ ଅଦାଲତ ରାୟ ଶୁଣାଇବାର ଥିଲା । ଯାହା ଆଜି ମହିଳାଙ୍କ ସପକ୍ଷରେ ଯାଇଛି ଏବଂ ଏହି ରାୟ ଶୁଣି ମହିଳାମାନେ ବେଶ୍ ଖୁସି ହୋଇଛନ୍ତି ।