ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ

0

ଭୁବନେଶ୍ୱର-: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ।  ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ମାନସଙ୍କ ସହ ୨୧ଜଣ ଜଜ୍‍ଙ୍କ ମଧ୍ୟ ବଦଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ।

ନ୍ୟାୟିକ ଦକ୍ଷତା ବୃଦ୍ଧି ଏବଂ ଆଞ୍ଚଳିକ ମାମଲା ବ୍ୟାକଲଗ୍ ସମାଧାନ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, ମୁଖ୍ୟ ବିଚାରପତି ବି.ଆର. ଗାଭାଇଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍ ଭାରତର ବିଭିନ୍ନ ରାଜ୍ୟରେ ୨୧ ଜଣ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଛନ୍ତି। ୨୬ ମଇ, ୨୦୧୫ରେ ଏକ ବୈଠକ ସମୟରେ ଚୂଡ଼ାନ୍ତ ହୋଇଥିବା ଏହି ନିଷ୍ପତ୍ତିରେ ଜଷ୍ଟିସ୍ ମାନଶ ରଞ୍ଜନ ପାଠକଙ୍କୁ  ଗୌହାଟି ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର ଭଳି ଉଲ୍ଲେଖନୀୟ ପୁନଃନିଯୁକ୍ତି ଅନ୍ତର୍ଭୁକ୍ତ, ଯାହା ଭାରତୀୟ ନ୍ୟାୟପାଳିକାରେ ଏକ ବଡ଼ ପରିବର୍ତ୍ତନ।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଓଡ଼ିଶା ହାଇକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩। ହାଇକୋର୍ଟଙ୍କ ଓ୍ୱେବସାଇଟ ଅନୁସାରେ ଏବେ ୧୮ ଜଣ ଜଜ୍‍ କାର୍ଯ୍ୟରତ ରହିଛନ୍ତି। ଯଦି ମାନସ ପାଠକ ଦାୟିତ୍ୱ ଗ୍ରହଣ କରନ୍ତି ତେବେ ଖାଲି ପଦବୀ ସଂଖ୍ୟା ୧୪ ରହିବ।