କ୍ଷମା ମାଗିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଜନ୍ଦ୍ରଚୁଡ । କୋର୍ଟରେ ପହଞ୍ଚିବାରେ ବିଳମ୍ବ ହେବାରୁ ମାଗିଛନ୍ତି କ୍ଷମା । ‘ସରି ମୋତେ ପହଞ୍ଚିବାରେ ବିଳମ୍ବ ହୋଇଗଲା’ କହି ମାଗିଛନ୍ତି କ୍ଷମା । କୋର୍ଟକୁ ପହଞ୍ଚିବାକୁ ମାତ୍ର ୧୦ ମିନିଟ୍ ବିଳମ୍ବ ହୋଇଯିବାରୁ ଏମିତି କହି କ୍ଷମା ମାଗିଲେ ମୁଖ୍ୟ ବିଚାରପତି । ଏଇଠୁ ବାରିହୋଇ ଯାଉଛି ଯେ ସିଜେଆଇ ଚନ୍ଦ୍ରଚୂଡ କେତେ ସମୟାନୁବର୍ତ୍ତା । ଖବର ମୁତାବକ, ମୁଖ୍ୟ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କୋର୍ଟ ରୁମରେ ପହଞ୍ଚିବା ବେଳକୁ ୧୦ ମିନିଟ୍ ବିଳମ୍ବ ହୋଇଯାଇଥିଲା । ତେଣୁ କୋର୍ଟ ରୁମରେ ଥିବା ସମସ୍ତ ଲୋକଙ୍କୁ କ୍ଷମା ମାଗିଥିଲେ ଚନ୍ଦ୍ରଚୂଡ । ସିଜେଆଇ କହିଥିଲେ, କ୍ଷମା କରିବେ, ମୁଁ ସାଥି ଜଜଙ୍କ ସହିତ କିଛି ଆଲୋଚନା କରୁଥିଲି, ତେଣୁ ମୋର ବିଳମ୍ବ ହୋଇଗଲା । ତେବେ ସୁପ୍ରିମକୋର୍ଟର କୌଣସି ବିଚାରପତି ମାତ୍ର୧୦ ମିନିଟ୍ ପାଇଁ କେବେ ବି କ୍ଷମା ମାଗିନାହାନ୍ତି । ଆଉ ଚନ୍ଦ୍ରଚୂଡଙ୍କ ଏଭଳି ବିନମ୍ରତା ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି ।