କଟକ: କଟକ ବାରବାଟୀ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି । ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମ କୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କ ଜାମିନ ଦେଇଛନ୍ତି ।ଏହା ସହିତ ତଳ କୋର୍ଟ ଦେଇ ଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲାଗାଇଛନ୍ତି ଅଦାଲତ । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ କିନ୍ତୁ ଲଢିପାରିବେ ନାହିଁ ମୋକିମ୍ ।
ସୂଚନା ଅନୁଯାୟୀ , ଆଜି ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇଥିଲେ । ତେବେ ଗତକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିଲା , ହେଲେ ଅଦାଲତ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।