ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେୟାରକୁ ନେଇ ଏବେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ହେଲେ ସୁପ୍ରିମକୋର୍ଟ କୌଣସି ରାୟ ଦେବା ପୂର୍ବରୁ ସୋସିଆଲ ମିଡିଆରେ ଆବେଦନକାରୀମାନେ ବିତର୍କ କରୁଥିବା ଦେଖାଯାଇଛି। ଏହାକୁ ନେଇ ଆଜି ଶୁଣାଣି ସମୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷ ରଖିଥିବା ବେଳେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ବରିଷ୍ଠ ଓକିଲ କପିଲ ସିବଲ । ଅଗଷ୍ଟ ୧୬ରେ ଏହି ମାମଲାର ଆଗାମୀ ଶୁଣାଣି ହେବ ।
ଇସ୍ରାଏଲ ସଂସ୍ଥା ଏନଏସଓ ଏହି ପେଗାସସ୍ ପ୍ରୋଜେକ୍ଟକୁ ଭାରତ ସରକାର ବିକ୍ରି କରିଥିବା ନେଇ କହିଥିବା ବେଳେ ଭାରତ ସରକାର ଏହାକୁ ଖଣ୍ଡନ କରିଥିଲେ । ଏହି ପେଗାସସ୍ ସ୍ପାୟଓ୍ବାର ମାଧ୍ୟମରେ ସରକାରଙ୍କ ଦୁର୍ନିତୀ ଓ ବିଭିନ୍ନ ନୀତିକୁ ସମାଲୋଚନା କରୁଥିବା ସମ୍ବାଦିକ ବିରୋଧୀ ଓ ରାଜନୈତିକ ବ୍ୟକ୍ତିଙ୍କ ଫୋନ ନମ୍ବରକୁ ହ୍ୟାକ କରାଯାଇଥିଲା ।
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଏବଂ ଶଶୀ କୁମାର ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା ୯ଟି ପୃଥକ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଏନ ଭି ରମଣା ଏବଂ ବିଚାରପତି ସୂର୍ୟ୍ୟ କାନ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କରିଥିଲେ। ଶୁଣାଣି ଆରମ୍ଭରୁ ଖଣ୍ଡପୀଠ ସୋସିଆଲ ମିଡିଆରେ ବିତର୍କ ନକରିବାକୁ କହିଥିଲେ।