ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ:ସୁପ୍ରିମକୋର୍ଟ

0

(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ):ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏ ସମ୍ପର୍କିତ ୮ଟି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କୁ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଛନ୍ତି । ଜମ୍ମୁ-କାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ପ୍ରୟାସ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଗଷ୍ଟ ୫ ଠାରୁ ଜମ୍ମୁ-କାଶ୍ମୀରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ ଏବଂ ଏଠାରେ ୮୭ ପ୍ରତିଶତ ଅଞ୍ଚଳରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି ବୋଲି ଅଦାଲତରେ କହିଥିଲେ ।