କରୋନାରେ ମୃତକଙ୍କୁ ହୋଇଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ଦେବାକୁ ୬ ମାସ ମଧ୍ୟରେ ଆବଶ୍ୟକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

0

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) :  ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ସର୍ବନିମ୍ନ ରିଲିଫ୍ ସହାୟତା ରାଶି ଦେବାକୁ କେନ୍ଦ୍ର ବାଧ୍ୟତାମୂଳକ ଅଟେ ବୋଲି ସୁପ୍ରିମ୍ କୋର୍ଟ ବୁଧବାର ସକାଳେ ଜଣାଇଛନ୍ତି । ଜାତୀୟ ବିପର୍ଯୟ ପରିଚାଳନା କମିଟି (ଘଊଗଇ)କୁ ଆଜି କୋର୍ଟ ସମାଲୋଚନା କରିଛନ୍ତି । ଜାତୀୟ ବିପର୍ଯୟ ପରିଚାଳନା କମିଟ କୋଭିଡ୍ ରେ ମୃତ୍ୟ ହୋଇଥିବା ବ୍ୟକ୍ତିଙ୍କୁ ସହାୟତା ରାଶି ଦେବାକୁ ବିଫଳ ହୋଇଥିଲେ ଯଦିଓ ଏହା ଜାତୀୟ ବିପର୍ଯୟ ପରିଚାଳନା ଆଇନ ଅନୁସାରେ ରିଲିଫ ଅନୁଦାନ ପାଇଁ ସରକାର ବାଧ୍ୟତାମୂଳକ ଅଟେ ।
ସୁପ୍ରିମକୋର୍ଟର ଦୁଇ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ଏବଂ ଶାହା ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ । ଆବେଦନରେ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଧାର୍ଯ୍ୟ କରିବାକୁ ଦାବି ହୋଇଥିଲା । କିନ୍ତୁ କୋର୍ଟ ଏହାର କୌଣସି କ୍ଷତିପୂରଣ ରାଶି ସ୍ଥିର କରିନାହାଁନ୍ତି । କିନ୍ତୁ ଜାତୀୟ ବିପର୍ଯୟ ପରିଚାଳନା କମିଟି (ଘଊଗଇ) ଅଧୀନରେ ଥିବା ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପରିମାଣ ନିର୍ଣ୍ଣୟ କରାଯିବ ବୋଲି କହିଛନ୍ତି । କୋଭିଡ୍-୧୯ ଜଟିଳତାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ପ୍ରମାଣ ପତ୍ର ଜାରି ବ୍ୟବସ୍ଥା ମଧ୍ୟ ସରଳ କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତି ନିମନ୍ତେ ସୁପ୍ରିମ୍ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।