ବିଜେପି ମନ୍ତ୍ରୀ କୁନୱାର ବିଜୟ ଶାହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0

ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୁନୱାର ବିଜୟ ଶାହଙ୍କ ଉପରେ ମାମଲା ରୁଜ୍ଜୁ କରିବା ନେଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆର୍ମି ଅଫିସର କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ପ୍ରସଙ୍ଗ । ସିଜେଆଇ ଜଷ୍ଟିସ ବି.ଆର.ଗବାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି – ସାମ୍ବିଧାନିକ ପଦବିରେ ଥିବା ଜଣେ ବ୍ୟକ୍ତି ଦାୟିତ୍ବସମ୍ପନ୍ନ ହେବା ଉଚିତ । ଜଣେ ମନ୍ତ୍ରୀ ହୋଇ ଏଭଳି ମନ୍ତବ୍ୟ ଦେବା ତାହା ଆଦୌ ଗ୍ରହଣୀୟ ନୁହେଁ । ଏନେଇ ମାମଲାରେ ଶୁଣାଣି ହେବ ।
ଆଦିବାସୀ ବ୍ୟାପାର ମନ୍ତ୍ରୀ କୁନୱାର ବିଜୟ ଏକ ବୟାନ ଦେଇଥିଲେ ଯାହା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିରୋଧରେ ଥିଲା । ସୋଫିଆ “ଅପରେସନ ସିନ୍ଦୂର”କୁ ନେଇ ପ୍ରେସ ବ୍ରିଫିଙ୍ଗ୍ ଦେଉଥିବାବେଳେ ମନ୍ତ୍ରୀ ତାଙ୍କୁ ଟାର୍ଗେଟ କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଥିଲେ । କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି ବିଜୟ କହିଥିଲେ । ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ସେ ବିବାଦୀୟ ବୟାନ ଦେଇଥିଲେ । ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା । ସେ ଏହି ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ ।