ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ଦୁଷ୍କର୍ମ ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି
ନୂଆଦିଲ୍ଲୀ-: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ କୋର୍ଟରେ ଗ୍ରହଣୀୟ ହୋଇପାରିବ ନାହିଁ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ଦୁଷ୍କର୍ମ ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।
ସୂଚନା ଅନୁସାରେ, ଜଣେ ଯୁବକଙ୍କ ବିରୋଧରେ ତାଙ୍କର ମହିଳା ବନ୍ଧୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଦୁଷ୍କର୍ମ ଏବଂ ମାରପିଟ୍ ଅଭିଯୋଗ ଆଣିଥିଲେ । ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରି ଦେଇଥିଲେ । ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଣି କରି କହିଛନ୍ତି ଯଦି ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତି ଦୀର୍ଘ ଦିନ ଯାଏଁ ଲିଭ୍-ଇନ୍-ରିଲେସନସିପ୍ରେ ରୁହନ୍ତି ତେବେ ସେମାନେ ସ୍ଵଇଚ୍ଛାରେ ଆପୋସ ସହମତିରେ ସମ୍ଵନ୍ଧ ରଖୁଛନ୍ତି । ଏହାର ଅର୍ଥ ନୁହେଁ ଯେ କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ଶାରିରୀକ ସମ୍ବନ୍ଧ ରଖୁଛନ୍ତି । ଦୁଇ ପକ୍ଷ ଆଗକୁ ବିବାହ କରିବାକୁ ଇଚ୍ଛା ରଖି ଲିଭ୍-ଇନ୍-ରିଲେସନସିପ୍ରେ ରହି ପାରନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ସମ୍ପର୍କରେ ରହୁଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, କିଛି ଦଶକ ମଧ୍ୟରେ ସମାଜରେ ବହୁ ପରିବର୍ତ୍ତନ ଆସିଛି । ଏବେ ଅଧିକାଂଶ ମହିଳା ଆର୍ଥିକ ରୂପରେ ସ୍ଵାଧୀନ । ସେମାନେ ନିଜେ ନିଜର ନିଷ୍ପତ୍ତି ନେଇ ପାରୁଛନ୍ତି । ଆଉ ଏହି କାରଣରୁ ଲିଭ୍-ଇନ୍-ରିଲେସନସିପ୍ ସଂଖ୍ୟା ବୃଦ୍ଧି ପାଉଛି । ସମ୍ପର୍କ କେତେ ଦିନର ଏବଂ ସମ୍ପର୍କରେ ଦୁଇହିଁଙ୍କର ଆଚ୍ଚରଣ କିଭଳି ଥିଲା ତାକୁ ଦୃଷ୍ଟିରେ ରଖି କୋର୍ଟ ବିଚାର କରିବା ଉଚିତ୍ ଏବଂ ଏଭଳି ମାମଲାରେ କୋର୍ଟ ଦୃଷ୍ଟିକୋଣ ବଦଳାଇବା ଉଚିତ୍ ।