ନୂଆଦିଲ୍ଲୀ: ମୋଦୀ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଶ୍ୱସ୍ତି । ସୁପ୍ରିମକେର୍ଟ କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅପମାନ ଜନକ ନୁହେଁ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ନିର୍ବାଚନ ଲଢିପାରିବେ ରାହୁଲ । ସାଂସଦ ପଦ ମଧ୍ୟ ଫେରିପାଇବେ ରାହୁଲ ।
୨୦୧୯ରେ କର୍ଣ୍ଣାଟକରେ ମୋଦୀ ସରନେମକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଥିଲେ। ଏହାସହ ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ। ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି । ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଥିଲା। ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ।