ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ

0

ଦିଲ୍ଲୀ ; ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ । ତିନି ଛାତ୍ରଛାତ୍ରୀଙ୍କ ରାଉ ଆଇଏଏସ କୋଚିଂ ସେଣ୍ଟର ମୃତ୍ୟୁକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ । କୋଚିଂ ସେଣ୍ଟରଗୁଡିକ ଡେଥ ଚାମ୍ବର ହୋଇଥିବା କ୍ଷୋଭର ସହ କହିଛନ୍ତି କୋର୍ଟ ।
ଆଜି ସର୍ବୋଚ୍ଚ କୋର୍ଟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରକୁ ନୋଟିସ ଜାରି କରିଛନ୍ତି । ସେଣ୍ଟରରେ ପିଲାଙ୍କ ପାଇଁ ସୁରକ୍ଷା ନିୟମ ଲାଗୁ ହୋଇଛି କି ନାହିଁ ତାହା ପଚାରି ବୁଝିଛନ୍ତି । ଯଦି କୋଚିଂ ସେଣ୍ଟର ସୁରକ୍ଷା ନିୟମ ପୂରଣ କରିବାରେ ବିଫଳ ହେଉଛନ୍ତି, ତେବେ ଅନଲାଇନ କ୍ଲାସ କରିବାକୁ କହିଛନ୍ତି କୋର୍ଟ । ପିଲାଙ୍କ ନିରପତ୍ତା ନିୟମ ଓ ମୌଳିକ ଆଦର୍ଶ ସମ୍ପୂର୍ଣ୍ଣ ପାଳନ ନ କରିବା ପର୍ଯ୍ୟନ୍ତ ଅନଲାଇନ କ୍ଲାସ କରିବାକୁ କହିଛନ୍ତି । ଏଥିସହ ପିଲାଙ୍କ ଅଧ୍ୟୟନ ସ୍ଥାନରେ ଉପଯୁକ୍ତ ବାୟୁ ଓ ଆଲୋକ ଚଳାଚଳ, ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କୋର୍ଟ କହିଛନ୍ତି ।

ଏହି ମାମଲାକୁ ଗୁରୁତର ସହ ନେବା ସହ ସଂସ୍ଥାର ସଭାପତି, ସଚିବ ଓ କୋଷାଧ୍ୟକ୍ଷଙ୍କ ଉପରେ ଜରିମାନା କରିଛନ୍ତି । ପ୍ରତ୍ୟକଙ୍କୁ ଏକ ଲକ୍ଷ ଲେଖା ଜରିମାନା କରାଯାଇଛି । ତେବେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଯାଇଥିଲେ କୋଚିଂ ସେଣ୍ଟର କର୍ତପକ୍ଷ । ତେଣୁ ଏପରି ନିର୍ଦ୍ଦେଶ ସହ ରାଓ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।