ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାଲିସାହି ପଞ୍ଚାୟତରେ ପ୍ରଥମ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରେନ୍ଦ୍ର ବେହେରା । ବାଲିସାହି ପଞ୍ଚାୟତ ଅଫିସରେ ସୁରେନ୍ଦ୍ର ନାମାଙ୍କନ ପତ୍ର ଦାଖଲ କଲେ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନୁମୋଦନ କ୍ରମେ ସେ ବିଜେଡ଼ି ଦଳ ସମର୍ଥିତ ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କଲେ। ପ୍ରଥମେ ବାଲିସାହି ଗ୍ରାମଦେବତୀ ମା ଜାଗୁଳାଇ ପୀଠରୁ ପୁଜାର୍ଚ୍ଚନା ସାରି ସେ କିଛି ସମର୍ଥିତଙ୍କ ସହିତ ବାଲିସାହି ପଞ୍ଚାୟତ ଅଫିସକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।