କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ    

0

ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ   । ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି  ସୁର । ୯ ମାସ ପରେ ଦଳକୁ ଫେରିଲେ ସୁର ରାଉତରାୟ । ଭାବବିହ୍ୱଳ ହୋଇ ରାହୁଲ ଗାନ୍ଧୀ , ଭକ୍ତ ଦାସଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହିତ ଛାତ୍ର କଂଗ୍ରେସ କର୍ମୀଙ୍କୁ  ଧନ୍ୟବାଦ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।

ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରାଯାଇଛି ।