ଦିଲ୍ଲୀ ଦରବାରରେ ସମ୍ମାନୀତ ହେବେ ରିପୋର୍ଟରସ ଟୁଡେର ସମ୍ପାଦକ ସୁର୍ଜିତ ଧଳ

0

ଭୁବନେଶ୍ୱର ; ରାଜ୍ୟ ଏବଂ ଦେଶରେ ଅନେକ ସଂଖ୍ୟରେ ସାମ୍ବାଦିକ ମାନେ ନିଜ ନିଜର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ କାମ କରୁଛନ୍ତି  । କେତେ ବେଳେ ସାଧୁତା ମିଳୁଛି ତ କେତେବେଳେ ସରକାରୀ କଳ କବ୍ଜାର ଚାପ  । ଅନେକ ସମୟରେ ବହୁ ବଡ଼ ବଡ଼ ସାମ୍ବାଦିକ ମାନଙ୍କୁ ମିଛ ମାମଲାରେ ଜେଲ ମଧ୍ୟ ଜିବାକୁ ପଡିଛି  । କିନ୍ତୁ ସ୍ୱର ନା ଚପିଛି ନା କେହି ଚାପି ପାରିଛନ୍ତି  । ଠିକ ଏହିଭଳି ସମୟରେ ଯଦି କେହି ଜଣେ ସାମ୍ବାଦିକକୁ ପ୍ରଶ୍ନ କରେ ଯେ ସାମ୍ବାଦିକତା କରି ଆପଣ କଣ ରୋଜଗାର କରିଛନ୍ତି , ସେ ସମୟରେ ସାମ୍ବାଦିକଟିଏ ଭାବିବାକୁ ବାଧ୍ୟ ହୁଏ ଏବଂ ଦିର୍ଘ ନିଶ୍ୱାସ ନେଇ କୁହେ ଆତ୍ମ ସନ୍ତୋଷ ଓ ଲୋକଙ୍କ ଭରଷା  । ଠିକ୍ ସେହି ଭଳି ଆଜି ଆମେ ଆପଣଙ୍କୁ ଜଣେ ସାମ୍ବାଦିକଙ୍କ କଥା ହିଁ କହୁଛୁ ଯିଏ ନିଜର ଅନେକ ବର୍ଷର କ୍ୟରିଅରକୁ ଚାକିରୀ ଜୀବନ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ କିଛି କରିବାର ଆଶା ନେଇ ଆଗକୁ ବଢିଚାଲିଛନ୍ତି  । ଏବଂ ଆମ ରାଜ୍ୟ ଓଡ଼ିଶାରେ ଦିର୍ଘ ବର୍ଷ ହେଲା ସାମ୍ବାଦିକତା ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି  । ସେ ହେଲେ ରିପୋର୍ଟରସ ଟୁଡେର ମୁଖ୍ୟ ସମ୍ପାଦକ ସୁରଜିତ କୁମାର ଧଳ , ଆମ ଓଡିଆ ପୁଅ  । ଜଣେ ନିର୍ଭିକ ଓ ସାହାସୀ ବ୍ୟକ୍ତିତ୍ୱ  । ନିଜ ଚିନ୍ତାଧାରା ଓ ସମାଲୋଚନା ର ପ୍ରୟାସ ରେ ଯାହାଙ୍କୁ ଦିନେ ଜେଲ ଯିବାକୁ ପଡିିଥିଲା ଓ ସରକାରୀ କଳର ଚାପରେ ଚାପଗ୍ରସ୍ତ ମଧ୍ୟ କରାଯାଇଥିଲା  । ଆଜି ସେହି ନିର୍ଭିକ ସାମ୍ବାଦିକ ତଥା ରିପୋର୍ଟରସ ଟୁଡେର ମୁଖ୍ୟ ସମ୍ପାଦକ ସୁରଜିତ କୁମାର ଧଳଙ୍କୁ ଭାରତି ଶ୍ରମଜୀବି ପତ୍ରକାର ସଙ୍ଘ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯିବା ନେଇ ନାଁ ଘୋଷଣା କରାଯାଇଛି  । ଚଳିତ ମାସ ଆସନ୍ତା ୨୨ ତାରିଖରେ ଦୀଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆରେ ତାଙ୍କୁ ସମ୍ମାନୀତ କରିବା ପାଇଁ ଆସିଛି ନିମନ୍ତ୍ରଣ  । ଏହି ସମ୍ମାନ ପାଇବା ପାଇଁ ତାଙ୍କ ନାମ ଘୋଷଣା ପରେ ଓଡିଶା ପାଇଁ ଏହା ଏକ ଗର୍ବ ବୋଲି କହିଛନ୍ତି ସୁରଜିତ , ସେ ଆହୁରି ମଧ୍ୟ କହିଛନ୍ତି ଏହି ସମ୍ମାନ ଆଗକୁ ବଢିବାକୁ ଓ ସତ୍ୟର ଉନ୍ମୋଚନ କରିବାକୁ ତାଙ୍କୁ ଆହୁରି ପ୍ରୋତ୍ସାହିତ କରିବ  । ତେବେ ଦିଲ୍ଲୀର ଏହି କାର୍ଯ୍ୟକ୍ରମରେ ଦେଶର ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ରହିଛି ଯେଉଁ ମାନେ ପ୍ରତ୍ୟକ କ୍ଷେତ୍ରରେ ନିଜର ଦେଶ ପାଇଁ କାମ କରି ପ୍ରତିଷ୍ଠିତ ହୋଇଛନ୍ତି  ।