ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦ
ଏହି ମ୍ୟାଚ୍କୁ ହାଇଲାଇଟ କରି ବିଜୟ ଦେବାରେ ମୁଖ୍ୟ ଭୂମିକା ନେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଇନିଂସ
ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହୋଇଛି ସନ୍ରାଇଜର୍ସ ହାଇଦ୍ରାବାଦ | IPL ୨୦୨୪ର ୫୫ ତମ ମୁକାବିଲାରେ ବିଜୟୀ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ | ସନ୍ରାଇଜର୍ସକୁ ୭ ୱିକେଟ୍ରେ ହରାଇଛି ଟିମ ମୁମ୍ବାଇ | ଏହି ମ୍ୟାଚ୍କୁ ହାଇଲାଇଟ କରି ବିଜୟ ଦେବାରେ ମୁଖ୍ୟ ଭୂମିକା ନେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଇନିଂସ | ମାତ୍ର ୫୧ଟି ବଲ୍ ଖେଳି ୨୦୦ ଷ୍ଟ୍ରାଇକ୍ ରେଟରେ ୧୦୨ ରନ ସଂଗ୍ରହ କରିଥିଲେ ସୂର୍ଯ୍ୟ । ଏଥିରେ ୧୨ଟି ଚୌକା ଏବଂ ୬ଟି ଛକା ରହିଛି । ଏହି ଶତକ ସହିତ ରେକର୍ଡ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟ କୁମାର । IPL ର ଏହି ଧାରାରେ ସନ୍ ରାଇଜର୍ସ ବିରୋଧରେ ଓ୍ବାଙ୍ଖଡେରେ ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ।
ଆଇପିଏଲ ଇତିହାସରେ ସେ ଏକମାତ୍ର ଭାରତୀୟ ବ୍ୟାଟର ଯିଏ ଚତୁର୍ଥ ସ୍ଥାନ ଏବଂ ଏହା ଠାରୁ ତଳକ୍ରମରେ ସଫଳତାର ସହ ରନ୍ ଚେଜ୍ କରି ଶତକୀୟ ଇନିଂସ ଖେଳିଛନ୍ତି । ଏକ ବଡ଼ ଟାର୍ଗେଟକୁ ପିଛା କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟର ଏଭଳି କାରନାମା କରିନାହାନ୍ତି ।
୨୦୧୭ରେ ବେନ୍ ଷ୍ଟୋକ୍ସ ଏବଂ ୨୦୧୩ରେ ଡେଭିଡ୍ ମିଲର ଟାର୍ଗେଟକୁ ପିଛା କରି ଶତକୀୟ ଇନିଂସ ଖେଳିଥିଲେ । ଏହାଛଡ଼ା ସୂର୍ଯ୍ୟକୁମାର ଟି-୨୦ରେ ୨୦୦ ଷ୍ଟ୍ରାଇକ୍ ରେଟରେ ୫ଟି ଶତକ ମାରିଥିବା କ୍ରିକେଟ ଭାବେ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଶୁବମନ ଗିଲ୍ ୪ଟି ଶତକ ୨୦୦ ଷ୍ଟ୍ରାଇକ୍ ହାରରେ ମାରିଛନ୍ତି ।
ଆଇପିଏଲର ୫୫ତମ ମୁକାବିଲରେ ପ୍ରଥମେ ବ୍ୟାଟିଂ କରି ସନ ରାଇଜର୍ସ ହାଇଦ୍ରାବାଦ ୧୭୩ ସଂଗ୍ରହ କରିଥିଲା । ଏହାକୁ ପିଛା କରି ମୁମ୍ବାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ୍ ବର୍ମା ଖେଳ ସମ୍ଭାଳି ନେଇଥିଲେ । ଚତୁର୍ଥ ଓ୍ବିକେଟରେ ସୂର୍ଯ୍ୟକୁମାର ଓ ତିଲକ୍ ୭୯ଟି ବଲରେ ୧୪୩ରନ ଭାଗିଦାରୀ ବନେଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୭.୨ ଓଭରରେ ମ୍ୟାଚ ଜିତି ନେଇଥିଲା । ସୂର୍ଯ୍ୟକୁମାର ପ୍ଲେୟାର ଅପ୍ ଦି ମ୍ୟାଚ୍ ହୋଇଥିଲେ ।