ସୁବର୍ଣ୍ଣପୁର: ସ୍ଥାନୀୟ ରୟାଲ ପଡିଆ ସୋନପୁର ଠାରେ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ପ୍ରଥମ ମ୍ୟାଚ ବି ଏସ୍ଏଫ୍ ସୋନପୁର ଏବଂ ସୁରେଶ୍ଵରୀ ଫୁଟବଲ ଏକାଡେମୀ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବିଏସ୍ଏଫ୍ ଦଳ ୩-୦ ଗୋଲରେ ଅଗ୍ରଣୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚରେ ବେଷ୍ଟ ଡିଫେନ୍ସ ପପୁ ନାୟକ, ବେଷ୍ଟ ଗୋଲ କିପର ସୁନୀଲ ବାଘ ବେଷ୍ଟ ମିଡ଼ ଫିଲ୍ଡର ରାହୁଲ ଭୋଇ (ସୁରେଶ୍ଵରୀ ଫୁଟବଲ ଏକାଡେମୀ) ଏବଂ ହିରୋ ଅଫ ଦି ମ୍ୟାଚ ମିଥୁନ ସାହୁ ବିଏସ୍ଏଫ୍ ଏବଂ ବେଷ୍ଟ ସ୍ୱଙ୍ଗର ଏକଲବ୍ୟ ତିର୍କି ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।
ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଏବଂ ସମ୍ମାନିତ ଅତିଥି ଭାବରେ ଡିଏସ୍ ପି ରେଣୁକା ସୁନା, ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ, ଶ୍ରୀରାମ ଚରଣ ସୁନା, ଅମିତ ସାହୁ, ଷଣ୍ଡେଶ୍ଵର ନାଗ, ଅନିଲ ଭୋଇନା, ସଞ୍ଜୟ ସାହୁ, ରାଜୀବ ପଟ୍ଟନାୟକ, ସୁରଟି ଦୀପ ପ୍ରମୁଖ ଯୋଗ ଦାନ କରି ଥିଲେ ଆଜିର ମ୍ୟାଚକୁ ରେଫରୀ ପ୍ରଶାନ୍ତ ସେଠି ସହଯୋଗୀ ରେଫରୀ ନନ୍ଦୁ ନାୟକ ଦୀପେଶ ପ୍ରଧାନ ଏବଂ ମ୍ୟାଚ କମିସନର ଭାବରେ ଦାୟିତ୍ୱ ତୁଲାଇ ଥିଲେ ଜଗତ ଜଗଦଳା ପଧାନ ପରିଚାଳନା କରିଥିଲେ ଏବଂ ବିସିକେଶନ ପଧାନ ଅଫିସିଆଲ ଦାଇତ୍ୱରେ ଥିଲେ ପୁରସ୍କାର ବିତରଣି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ଜଗଦଳା ଏବଂ ସୁରଜ ବାଘ ତୁଲାଇ ଥିଲେ ଏବଂ ସହଯୋଗରେ ଗଜା, ଅନିଲ, ଋଷବ, ମହେଶ, ସିଦ୍ଧାର୍ଥ, ନେଉଳ, ରମେଶ ବିଶ୍ୱଜିତ ସହଯୋଗ କରିଥିଲେ I ପୁଲ ବି ର ଦ୍ଵିତୀୟ ମ୍ୟାଚ ଶିମିଳିପାଳ ୱାଇଲଡ ଟାଇଗର ମୟୂରଭଞ୍ଜ ଏବଂ ଶାନ୍ତିନଗର ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l