ଭୁବନେଶ୍ୱର : ପୋଲିସ ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ସୁଶାନ୍ତଙ୍କୁ ଚାକିରୀରୁ ବହିଷ୍କୃତ କଲେ ଡିଜିପି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ଆଧାରରେ ତାଙ୍କୁ ପୋଲିସ ଚାକିରୀରୁ ବହିଷ୍କୃତ କରାଯାଇଛି । ପୂର୍ବରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୋଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ । ପୂର୍ବରୁ ଚାକିରୀ କାଳରେ ନିଜର ଅଶୋଭନୀୟ ଆଚରଣ ପାଇଁ ୩ ଜିଲ୍ଲାର ଏସ୍ପି ସୁଶାନ୍ତଙ୍କୁ ବ୍ଲାକମାର୍କ ଦେଇଥିଲେ ।