ସୁଷମାଙ୍କ ଯୁଗର ଅବସାନ

0

(ମମତା ସାମଲ)ରିପୋର୍ଟସଟୁଡେ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ଦିଲ୍ଲୀସ୍ଥିତ ଲୋଧୀ ରୋଡ ଶ୍ମାଶନରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗାର୍ଡ ଅଫ ଅର୍ଣ୍ଣର ଦିଆଯାଇ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ଝିଅ ବାଂସୁରୀ ମୁଖାଗ୍ନୀ ଦେଇ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିଛନ୍ତି । ଏହି ସମୟରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏଥିସହ ଭାରତର ରାଜନୀତିରେ ଜଣେ ମହା ମନୀଷି ସୁଷମା ସ୍ୱରାଜଙ୍କ ଯୁଗର ଅବସାନ ଘଟିଛି ।
ଏହା ପୂର୍ବରୁ ରାଜକୀୟ ସମ୍ମାନର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଅମିତ ଶାହା, ରାଜନାଥ ସିଂହ, ଲାଲକୃଷ୍ଠ ଆଡଭାଣୀ, ଅଶୋକ ଗେହଲଟ, ଅରବିନ୍ଦ କେଜରିୱାଲ, ବିପ୍ଳବ ଦେବ, ଭେଙ୍କେୟା ନାଇଡୁ, ଦେବେନ୍ଦ୍ର ଫଡଣବୀସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।