(ଅନୁସ୍ୱୟା)ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ସୁଷମା ସ୍ୱରାଜ । ମୋଦୀ ତାଙ୍କ ପ୍ରଥମ ପାଳିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ । ସୁଷମାଙ୍କ କାର୍ଯ୍ୟକାଳ ସମୟରେ ଓ ବ୍ୟକ୍ତିଗତ ଜୀବନରେ ବହୁତ ସମ୍ମାନ ଦେଇଥିବା ପାଇଁ ସେ ତାଙ୍କ ନିକଟରେ କୃତଜ୍ଞ ବୋଲି ଟ୍ୱିଟ କରି କହିଛନ୍ତି । ଆମ ସରକାର ଯଶ୍ୱସୀ ଭାବେ ଚାଲିବାକୁ ମୁଁ ଭଗବାନଙ୍କ ନିକଟରେ ଏହି ପ୍ରାର୍ଥନା କରିଛନ୍ତି । ଏହା ପରେ ସୁଷମାଙ୍କ ପ୍ରଂଶସକଙ୍କ ମଧ୍ୟରେ ଏକ ଦୁଃଖର ଛାୟା ଖେଳିଯାଇଛିା ସେ ପୁଣି ଥରେ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳକୁ ଫେରିବେ ବୋଲି ପ୍ରଂଶସକ ମାନେ ଆଶା ପ୍ରକାଶ କରିଥିଲେ ।
କିନ୍ତୁ ସୁଷମା ସ୍ୱରାଜ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଉ ମନ୍ତ୍ରୀ ହେବେ ନାହିଁ ବୋଲି ସ୍ୱଇଚ୍ଛାରେ ଜଣାଇଥିଲେ । ସୁଷମାଙ୍କର କିଡ଼୍ନୀ ପ୍ରତିରୋପଣ କରାଯାଇଛି । ସେହିପରି ଅରୁଣ ଜେଟ୍ଲୀ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମନ୍ତ୍ରୀ ମଣ୍ଡଳରୁ ଦୂରେଇ ରହିଲେ ।