ଗଙ୍ଗାନଦୀରେ ସୁଷମାଙ୍କ ଅସ୍ଥି ବିସର୍ଜନ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଅସ୍ଥି ବିସର୍ଜନ ହୋଇଛି। ଉତ୍ତର ପ୍ରଦେଶ ହାପୁର ଦେଇ ଯାଇଥିବା ଗଙ୍ଗାନଦୀରେ ଅସ୍ଥି ବିସର୍ଜନ କରାଯାଇଛି । ସୁଷମାଙ୍କ ଝିଅ ବାଂସୁରୀ ଅଶ୍ରୁଳ ଚକ୍ଷୁରେ ଅସ୍ଥି ବିସର୍ଜନ କରିଛନ୍ତି । ଏହି ସମୟରେ ତାଙ୍କ ପିତା ସ୍ୱରାଜ କୌଶଳ, ମନ୍ତ୍ରୀ ସୁରେଶ ଖାନ୍ନ ଏବଂ ସାଂସଦ ରାଜେନ୍ଦ୍ର ଅଗ୍ରୱାଲ ସେଠାରେ ଉପସ୍ଥିତ ଥିଲେ ।
ଗତକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ଲୋଧୀ ରୋଡ ସ୍ଥିତ ଶବଦାହ ଗୃହରେ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅଶୋକ ଗେହଲଟ ସେଠାରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ତାଙ୍କର ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ବିଜେପି କାର୍ୟ୍ୟାଳୟକୁ ନିଆଯାଇଥିଲା ।