ବ୍ରେକଅପ୍ ପରେ ଭାଙ୍ଗି ପଡିଛନ୍ତି ସୁସ୍ମିତା ପ୍ରେମିକ ରୋହମାନ୍

ସୁସ୍ମିତା ସେନ୍ ଏବଂ ତାଙ୍କ ବଏଫ୍ରେଣ୍ଡ ରୋହମନ ଶାୱଲଙ୍କ ନିକଟରେ ବ୍ରେକଅପ୍ ହୋଇଥିଲା। ସୁସ୍ମିତା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ।

0

(ମୁମ୍ବାଇ) : ସୁସ୍ମିତା ସେନ୍ ଏବଂ ତାଙ୍କ ବଏଫ୍ରେଣ୍ଡ ରୋହମନ ଶାୱଲଙ୍କ ନିକଟରେ ବ୍ରେକଅପ୍ ହୋଇଥିଲା। ସୁସ୍ମିତା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ। ସେସନ ସମୟରେ, ଜଣେ ୟୁଜର୍ ରୋହମାନଙ୍କୁ ପଚାରିଛନ୍ତି, ଆପଣ ଏହି କୋଭିଡରୁ ଠିକ୍ ହେବାପରେ ଜୀବନ ବିଷୟରେ କ’ଣ ଶିଖିଲେ? ଏହାର ଉତ୍ତରରେ ସେ କହିଛନ୍ତି, ସବୁଠାରୁ ବଡ ଶିକ୍ଷା ଏହା ମିଳିଛି ଯେ ସମସ୍ୟା ଯେତେ ବଡ଼ ହେଲେ ବି ଯଦି ତୁମର ଇଚ୍ଛା ଶକ୍ତି ଥାଏ, ତେବେ ତୁମେ ଏହାକୁ ନିଜେ ସାମ୍ନା କରିପାରିବ । ଦୁଃଖ ଅଛି, ଯନ୍ତ୍ରଣା ଅଛି ଏବଂ ଏହା ଜାରି ରହିଛି। କିନ୍ତୁ ସର୍ବଦା ମନେରଖିବେ ଶେଷରେ ଆପଣ ଏହାର ଲାଭ ପାଇବେ।

ସୂଚନାନୁଯାୟୀ , ଏହି ସମୟରେ ଆଉ ଜଣେ ପ୍ରଶଂସକ ପଚାରିଛନ୍ତି, ଏହି କୋଭିଡ ସମୟରେ ଆପଣଙ୍କ ଇମୋସନାଲ୍ ଅନୁଭବ କ’ଣ ଥିଲା, ଆପଣ କେବେ ଭାବିଥିଲ କି ମୁଁ ମରିପାରେ? ଏହାର ଉତ୍ତରରେ ସେ କହିଛନ୍ତି, ଜୀବନ ଏବଂ ମୃତ୍ୟୁର ଏକ ନିର୍ଦ୍ଦିଷ୍ଟ ସତ୍ୟ ଅଛି। ତେଣୁ ମୁଁ ଏହି ପ୍ରକାରର ଧାରଣା ସହିତ ଅତ୍ୟନ୍ତ ଆରାମଦାୟକ। ବାସ୍ତବରେ ମୁଁ ଏହା ବିଷୟରେ କେବେ ଭାବି ନ ଥିଲି। ମୁଁ କେବଳ ମାନସିକ ସ୍ତରରେ ଦୃଢ ରହିଲି।