ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଛୁଆ ଚୋରି ସନ୍ଦେହରେ ଯୁବକଙ୍କୁ ମାଡ । ଯଶିପୁର ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସି । କେନ୍ଦୁମୁଣ୍ଡି ଗାଁରୁ ଛୁଆ ଚୋରି ହେଉଥିବା ନେଇ ଯଶିପୁର ଥାନାରେ ଅଭିଯୋଗ ହୋଇଛି । ଖବରପାଇ ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ଛୁଆ ଚୋରକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି । ଚୋର ଠାରୁ ଏକ ଲୁହା ରଡ଼, ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରିଥିବା ସ୍ଥାନୀୟ ଲୋକଙ୍କ ସୂଚନାଦେଇଛନ୍ତି । ଏଇ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଥିବା ଜଣା ପଡିଛି । ତେବେ ଛୁଆ ଚୋରି କରୁଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି ନଥିବା ବେଳେ ଏ ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳି ନାହିଁ । ଲୋକଟି ମାନସିକ ବିକୃତି କି ଆଉ କ’ଣ ତାହା ତଦନ୍ତ କରୁଛି ପୋଲିସ ।