ବିଷମକଟକ ବିଇଓ ଅଫିସରେ ଅଘଟଣ, ଡାଟା ଏଣ୍ଟ୍ରି  ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ

0

ବିଷମ କଟକ(ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଅଫିସରେ କାର୍ୟ୍ୟରତ ଡାଟାଏଣ୍ଟ୍ରି  ଅପରେଟରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକ ଜଣକ ହେଲେ କୁମ୍ଭିକଟା ଗ୍ରାମର ବଳଦେବ ଗରଡ଼ା  । ତାଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡିଛି । ସେ ଦୀର୍ଘ ଦିନ ଧରି ପକ୍ଷା ଘାତ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସା ହେଉଥିଲେ । ଏବଂ ସେ ବିଇଓ ଅଫିସରେ ରହୁଥିଲେ ।

ବିଇଓ ନବିନ ଚନ୍ଦ୍ର ଖୋରାଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତକ୍ଷନ୍ତର କରଯାଇଛି କ୍ଷ ଏନେଇ ଥାନା କେସ ନଂ ୯/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୂର୍ୟ୍ୟ ଚନ୍ଦ୍ର ପାଢି ସୂଚନା ଦେଇଛନ୍ତି ।