ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ବୈରାସର ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିବାହର କେବଳ ୧୫ ମାସ ପରେ ଏକ ନବବଧୂର ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଅସନ୍ତୋଷ ବ୍ୟାପିଛି। ମୃତ ଦିୟାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବୈରାସର ଗ୍ରାମର ଦିଲିପ କୁମାର ସହିତ ଦିୟାର ପ୍ରେମ ବିବାହ ହୋଇଥିଲା। ବିବାହ କେତେ ମାସ ପରେ ଦୁଇଝଣଙ୍କ ମଧ୍ୟରେ ମନମାଳିନ୍ୟ ବଢ଼ିଯାଇଥିଲା।
ବିଭିନ୍ନ ସୂତ୍ର ଅନୁଯାୟୀ, ଦିୟାଙ୍କ ଉପରେ ବାରମ୍ବାର ଶାରୀରିକ ଓ ମାନସିକ ଉତ୍ପୀଡନ ଘଟୁଥିଲା। ତାଙ୍କୁ ଗାଳିଗୁଲଜ ଓ ମାଡ଼ମାରିବା ଅଭିଯୋଗ ମଧ୍ୟ ହୋଇଛି । ଆତ୍ମହତ୍ୟା ପରେ ଦିଲୀପର ଅନୁପସ୍ଥିତିକୁ ଦେଖି ପରିବାର ଲୋକେ ଏହାକୁ ଏକ ଯୋଜନାମୂଳକ ହତ୍ୟା ବୋଲି ସନ୍ଦେହ କରୁଛନ୍ତି ଓ ନ୍ୟାୟ ପାଇଁ ଦାବି କରୁଛନ୍ତି। ଘଟଣା ପରେ ଶବକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ ଡାକ୍ତରଖାନାରେ ବିବେଚ୍ଛଦ କରାଯାଇଛି।
ବିବେଚ୍ଛଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ନେଇ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି। ଏବେ ଦେଖିବାକୁ ହେବ କି ଏହି ମୃତ୍ୟୁ ପଛରେ ଅସଲ କାରଣ କଣ..? ହତ୍ୟାକାରୀ କିଏ…? ଏବଂ ଦିୟାଙ୍କ ପରିବାର ନ୍ୟାୟ ପାଇପାରିବେ କି ନାହିଁ….?