ନୟାଗଡ଼ / ମାନସ କୁମାର ସାହୁ: ନୟାଗଡ଼ ଇଟାମାଟି ଥାନା ସରଧାପୁର ଗାଁରେ ଅଭାବନୀୟ ଘଟଣା। ମାନସିକ ଚାପରେ ଜୀବନ ହାରିଲେ ପୁଲିସ କର୍ମଚାରୀ ପ୍ରଭାକର ନାୟକ। ପରିବାର ଲୋକଙ୍କ ଅଭିଯୋଗ ହେଉଛି କି ପ୍ରଭାକର ଆତ୍ମହତ୍ୟା କରିଛନ୍ତି। କୋରାପୁଟ ଜିଲ୍ଲାରେ ସେ ପୁଲିସ ଚାକିରି କରିଥିବା ବେଳେ ନିକଟରେ ଛୁଟିରେ ଗାଁକୁ ଆସିଥିଲେ ପ୍ରଭାକର। ଅନଲାଇନ୍ ରେ ଫାଇନାନ୍ସ ଗେମ୍ ଖେଳି ଧାର କରଜରେ ବୁଢ଼ୀ ଚିନ୍ତାରେ ଥିଲେ ସେ। ମାନସିକ ଚାପରେ ରହି ଆତ୍ମହତ୍ୟା କରି ଜୀବନ ହରାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପଠାଇ ତଦନ୍ତ ଆରମ୍ଭ କରିଛି। ପୁଲିସ କର୍ମଚାରୀ ପ୍ରଭାକର ନାୟକଙ୍କ ଆତ୍ମହତ୍ୟା ପଛରେ କେବଳ ଅନଲାଇନ୍ ରେ ଫାଇନାନ୍ସ ଗେମ୍ ଖେଳି ନାଁ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଆଜି ସକାଳୁ ପରିବାର ଲୋକେ ସରଧାପୁର ଗାଁର ଜଙ୍ଗଲରେ ପ୍ରଭାକର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଗତକାଲି ରାତିରେ ଟଙ୍କା ପାଇଁ କିଛି ଲୋକ ପ୍ରଭାକରଙ୍କ ଝଗଡ଼ା କରିବା ପରେ ପ୍ରଭାକର ଛାଡ଼ି ପଳାଇଥିଲେ। ଖୋଜା ଖୋଜି ପରେ ନିକଟସ୍ଥ ଜଙ୍ଗଲରେ ପ୍ରଭାକରଙ୍କ ଝୁଲନ୍ତା ମୃତ ଦେହ ଆଜି ଘର ଲୋକ ଦେଖିବା ପାଇଁ ପାଇଥିବା କହିଛନ୍ତି। ସେପଟେ ପ୍ରଭାକର ଆତ୍ମହତ୍ୟା ଖବର ପୁଲିସ କୁ ନଜଣାଇ ଜଙ୍ଗଲ ରୁ ପ୍ରଭାକରଙ୍କ ମୃତ ଦେହ କୁ ପରିବାର ଲୋକେ ଘରକୁ ଆଣିବା ସନ୍ଦେହ ସୃଷ୍ଟି କରିଛି।