(ସର୍ବେଶ୍ୱର ପାତ୍ର ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଯାତ୍ରାପଡିଆ ରେ ଆଜି ଉଜ୍ଜଳା ସ୍ଵାଭିମାନ ଉଛବ ପାଳିତ ହୋଇଯାଇଛି । ଏଠାରେ ଜିଲ୍ଲା ବିଜେପି ସଭାପତି ବିଭୁତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କ ପାଖରେ କିପରି କେନ୍ଦ୍ର ସରକାରଙ୍କର ଯୋଜନା ଠିକରେ ପହଞ୍ଚି ପାରିବ ଓ ଲୋକମାନେ କିପରି ତାର ସୁବିଧା ପାଇପାରିବେ ସେ ନେଇ ସଚେତନ କର।ଯାଇଥିଲା ।କେନ୍ଦ୍ର ଦେଉଥିବା ଗ୍ୟାସ କିପରି ଘରେ ଘରେ ଠିକରେ ପହଞ୍ଚି ପାରିବ ତାରି ଉପରେ ଦ୍ରୁଷ୍ଟି ଦିଆଯାଇଥିଲା । ହିନ୍ଦୁସ୍ତାନ ପେଟରୁଲିଅମ କଙ୍କଡାହାଡ ବିମଳା ଗ୍ୟାସ ତରଫରୁ ଏହାକୁ ଆୟୋଜନ କରଯାଇଥିଲା ।ଏଠାରେ ଏଚପିସିଏଲ ଏ ଜିଲ୍ଲା ନୋଡାଲ ଅଫିସର ରଜତ ସିହ୍ନା,ଏରିଆ ସେଲ୍ସ ମ୍ୟାନେଜର ବିଷ୍ଣୁପ୍ରସାଦ ସାହୁ,ବିମଳା ଗ୍ୟାସର ଅରବିନ୍ଦ ପାଳ,ନିରାକାର ପ୍ରଧାନ,ପ୍ରେମାନନ୍ଦ ଜେନା,ବଳଭଦ୍ର ସାହୁ,ହୃଦାନନ୍ଦ ବେହେରା,ଆସତୋଷ ପଣ୍ଡା,ଶ୍ରବଣ ସାହୁ,ଯଯାତୀ ସାହୁଙ୍କ ସମେତ ଅଞ୍ଚଳରୁ ଶତାଧିକ ଲୋକ ସାମିଲ ହୋଇଥିଲେ