ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରମାଣିତ କରୁଛି ସରକାରଙ୍କ “ସ୍ୱଚ୍ଛଭାରତ ଅଭିଯାନ’ ଯୋଜନାର ବିଫଳତା

0

(ସେକ ମୋହିନୁଲ ହକ): ୧୯୭୩ ମସିହାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଧୁରୀ ପାରୁନାହିଁ ପରିମଳ ବ୍ୟବସ୍ଥା । ସ୍ୱଚ୍ଛତା ଭାରତ କାର୍ଯ୍ୟକ୍ରମ ଫେଲ୍ ମାରିଛି ଏଠି । ବାଣପୁର ସରସ ସୁନ୍ଦର ଗଢିତୋଳିବାରେ କେହିବି ପ୍ରୟାସ କରୁନାହାନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିଲେ ରାସ୍ତାକଡରେ କୁଢ କୁଢ ଅଳିଆ ଆର୍ବଜନା ଜମାହୋଇରହିଛି । ଏଥିପ୍ରତି ପ୍ରଶାସନର ନଜର ନାହିଁ । ଅଳିଆ ଆବର୍ଜନା ଦୀର୍ଘଦିନଧରି ପଡିରହିବାରୁ ବାୟୁ ପ୍ରଦୂଷଣ ଓ ରୋଗ ବ୍ୟାପିବାର ବହୁମାତ୍ରାରେ ସମ୍ଭାବନା ରହିଛି । ଏନେଇ ବହୁବାର ବାଣପୁର ଅଞ୍ଚଳବାସୀ ଓ ବୁଦ୍ଧିଜୀବି ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁନାହାଁନ୍ତି ।