(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣାବ୍ଲକର ରାବଣ ଗ୍ରୁପ ପକ୍ଷରୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଇଛି । ବିଜୟରତ୍ନ ପତିଙ୍କ ନେତୃତ୍ୱକ୍ରମେ ଗ୍ରୁପର ସଦସ୍ୟମାନେ ମେଡ଼ିକାଲ ଚାରିପାଖ କଲୋନୀର ପଡ଼ିଥିବା ଆବ୍ରଜନା, ଡ଼୍ରେନ ସଫା କରିବା ସହ ବ୍ଲିଚିଙ୍ଗ ପାଉଡ଼ର ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରୁପର ପଚାଶଜଣ ସଦସ୍ୟ ଯୋଗ ଦେଇ କାମ କରିବାକୁ ନେଇ ମେଡ଼ିକାଲ ତଥା ସାଧାରଣରେ ଏହାକୁ ମହତ କାର୍ଯ୍ୟ କହିବା ସହ ଧନ୍ୟବାଦ ଜଣାଇଛନ୍ତି ।