ଥାନାରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର

ଉତକ୍ଷିପ୍ତ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଜଣେ ୟୁଟ୍ୟୁବର ତଥା ଟ୍ୱିଟରରେ ଆକ୍ଟିଭ ଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ କଲେ ଏଫ୍‌ଆଇଆର୍‌।

0

(ମୁମ୍ବାଇ) : ଉତକ୍ଷିପ୍ତ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଜଣେ ୟୁଟ୍ୟୁବର ତଥା ଟ୍ୱିଟରରେ ଆକ୍ଟିଭ ଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ କଲେ ଏଫ୍‌ଆଇଆର୍‌। ଦିଲ୍ଲୀ ବସନ୍ତକୁଞ୍ଜ ଥାନାରେ ସେ ଏହି ଏଫ୍‌ଆଇଆର୍‌ ରୁଜୁ କରିଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଏବଂ ୟୁଟ୍ୟୁବରେ ସକ୍ରିୟ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ଅଶ୍ଳୀଳ ଭାବେ ପ୍ରଚାର କରି ତାଙ୍କୁ ଅପମାନିତ କରୁଛନ୍ତି ବୋଲି ସ୍ୱରା ଅଭିଯୋଗ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ପୋଲିସ ତାଡଟ ଆରମ୍ଭ କରିଛି ।

ସୂଚନାନୁଯାୟୀ , ଡେପୁଟି କମିଶନର ଅଫ୍ ପୁଲିସ୍ ଗୌରବ ଶର୍ମା କହିଛନ୍ତି, ଘଟଣାକୁ କେନ୍ଦ୍ର କରି ଅଭିନେତ୍ରୀ ଅଭିଯୋଗ ଆଣିବା ସହ ଏକ ମାମଲା ରୁଜୁ କରିଛନ୍ତି। ୟୁଟ୍ୟୁବର୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ଚଳଚ୍ଚିତ୍ରର ଦୃଶ୍ୟ ସହିତ ହ୍ୟାସଟ୍ୟାଗ୍ ଚଳାଇଛନ୍ତି। ଏହା ବ୍ୟତୀତ ତାଙ୍କ ବିରୋଧରେ କିଛି ଭୁଲ ବାର୍ତ୍ତା ପ୍ରଚାର କରାଯାଇଛି। ଅଭିଯୋଗ ଭିତ୍ତି କରି ଘଟଣାର ତଦନ୍ତ ଚାଲିଛି।