ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ସୁଇଟ କର୍ନ ଖିରି

0

( ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ସୁଇଟ କର୍ନ ଖିରି ।

ଆବଶ୍ୟକ ସାମଗ୍ରୀ : ସିଝା ସୁଇଟ୍‌ କର୍ନ୍‌, ଖିର, ମିଲ୍କ୍‌ ମେଡ୍‌, କାଜୁ, କିସ୍‌ମିସ୍‌ ଗୁଜୁରାତି, ପିସ୍ତା ବାଦାମ, ଫ୍ରେସ୍‌ କ୍ରିମ୍‌, ଚିନି ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କିଛି ସିଝା ସୁଇଟ୍‌ କର୍ନ୍‌କୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏବେ ଏକ କଡ଼େଇ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲା ପରେ ଏଥିରେ ସୁଇଟ କର୍ନ୍‌ ପେଷ୍ଟ ପକାନ୍ତୁ। ୫ରୁ ୬ ମିନିଟ୍‌ ଯାଏ ଏହାକୁ ରାନ୍ଧନ୍ତୁ।

ଏହାପରେ କାଜୁ, କିସ୍‌ମିସ୍‌, ପିସ୍ତା ବାଦାମ, ଗୁଜୁରାତି ଗୁଣ୍ଡ ଏବଂ ଖିର ପକାଇ ଚାମଚରେ ଲଗାତର ଘାଣ୍ଟନ୍ତୁ। ଖିର ଗାଢ଼ା ହୋଇ ମରିଯିବା ପରେ ଏଥିରେ ଚିନି, ମିଲ୍କ୍‌ ମେଡ୍ ଏବଂ ଫ୍ରେଶ୍‌ କ୍ରିମ୍‌ ପକାନ୍ତୁ।
ଏହା ପରେ ବଳକା ଏକ ସିଝା ସୁଇଟ୍‌ କର୍ନ୍‌କୁ ଏଥିରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ସୁଇଟ୍‌ କର୍ନ୍‌ ଖିରି।