ଜୁନ ୧ ରୁ ବାସି ମିଠା ବିକ୍ରି କରିପାରିବେନି ଦୋକାନି

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ । ହେଲେ ଆମେ ଯେଉଁ ମିଠା ଖାଉଛୁ ତାହା କେତେ ଦିନର ବୋଲି କେବେ ପ୍ରଶ୍ନ କରିନେ । ଦୋକାନରୁ ଆଣୁଥିବା ମିଠାକୁ ଦୋକାନୀ ଆଜିର କହି ବିକ୍ରି କରିଥାଏ । ଆମେ ତାକୁ ବିଶ୍ୱାସ କରି ପଇସା ଦେଇ ମିଠା ଆଣି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଖାଇଥାଉ । ଯାହାକି ଆମ ସ୍ୱାସ୍ଥ୍ର ଉପରେ ଖରାପ ପ୍ରଭାବ ପକାଇଥାଏ । ଏବେ କିନ୍ତୁ ଏହା ଆଉ ଚଳିବ ନାହିଁ । ଖୋଲା ମିଠା ଦୋକାନୀ ମାନେ ଆଉ ଏପରି ଠକି କରିପାରିବେ ନାହିଁ ।
ବତର୍ମାନ ମିଠା ଦୋକାନ ମାନେ ଦୋକାନ ସାମ୍ନାରେ ମିଠାର ଏକ୍ସପାୟରୀ ଡ଼େଟ ଖେଲିବେ । ଏପରିକି ମିଠାଗୁଡ଼ିକର ପ୍ରସ୍ତୁତ ତାରିଖ ଓ ଖରାପ ହେବା ତାରିଖ ସମ୍ପର୍କରେ ସୂଚନା ଦେବେ ।ଲୋକଙ୍କ ସ୍ୱାସ୍ଥ୍ର୍ୟକୁ ଦୃଷ୍ଟିରେ ସରକାର ଏହି ନିୟମ ଆଣିଛନ୍ତି । ପୂର୍ବରୁ ଏହି ନିୟମ କେବଳ ପ୍ୟାକେଜଡ଼ ମିଠା ଉପରେ ଲାଗୁ ହୋଇଥିଲା । କିନ୍ତୁ ବର୍ତମାନ ଉଭୟ ଖୋଲା ଓ ପ୍ୟାକେଜଡ଼ ମିଠା ଉପରେ ଲାଗୁ କରିବାକୁ ସରକାରୀ ନିର୍ଦ୍ଦେଶ ହୋଇଛି ।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(FSSAI) ନୂଆ ନୋଟିସ୍‌ରେ ଏ ନେଇ ଉଲ୍ଲେଖ କରିଛି। ଜୁନ ୧ ରୁ ଲାଗୁ ହେବ ଏହି ନିୟମ । ବାସି ଜିନିଷ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଏହି ପରିବର୍ତ୍ତନ କରାଯାଇଥିବା FSSAIକହିଛି।