(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ରଥମ ଟି ୨୦ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୯୬ ରନ୍ ରେ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ଭାରତ ୬ ୱିକେଟରେ ହାସଲ କରିନେଇଥିଲା । ମ୍ୟାଚ୍ ଆରମ୍ଭରୁ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କଉପରେ ପ୍ରଭାବ ପକାଇଥିଲା । ପ୍ରଥମେ ଅନ୍ତର୍ଜାତୀୟ ଟି ୨୦ ମ୍ୟାଚ୍ ଖେଳିଥିବା ସାଇନି ତିନିଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ ଟି ୱେିକେଟ ନେଇଥିଲେ । ଏହି ଛୋଟ ବିଜୟ ଲକ୍ଷ ହାସଲ କରିବା ପାଇଁ ଟିମ୍ ଇଣ୍ଡିଆକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା । ଶିଖର ଧାୱାନ ମାତ୍ର ନ୍ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ବିରାଟ କୋହଲୀ ଓ ପାଣ୍ଡ୍ୟା ୧୯ ଲେଖାଏଁ ରନ୍ କରିଥିଲେ । ହେଳେ ଓପନର ରୋହିତ ଶର୍ମା ସର୍ବାଧିକ ୨୪ ରନ କରିଥିଲେ । ଏହି ବିଜୟ ସହ ଭାରତ ୧ -୦ ରେ ସିରିଜ ଆଗୁଆ ରହିଛି ।