(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଫ୍ଲୋରିଡ଼ାରେ ଟି ୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ ପାଇଁ ଚେଷ୍ଟା କରିବେ । ଗତକାଲି ଖେଳାଯାଇଥିବା ପ୍ରଥମ ଟି ୨୦ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିଥିବା ବେଳେ ଆଜିର ମ୍ୟାଚକୁ ଜିତି ସିରିଜ କବ୍ଚା କରିବାକୁ ଚାହିଁବେ ବିରାଟ ବାହିନୀ । ଅନ୍ୟ ପଟେ ପ୍ରଥମ ମ୍ୟାଚରେ ଖରାପ ବ୍ୟାଟି କାରଣରୁ ପରାଜୟ ହାସଲ କରିଥିବା ୱେଷ୍ଟଇଣ୍ଡିଜ ଆଜିର ମ୍ୟାଚକୁ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତକୁ ଜୋରଦାର ଟକ୍କର ଦେବ ।
ଆଜିର ମ୍ୟାଚ ମଧ୍ୟ ସେହି ଫ୍ଲୋରିଡାରେ ହେବାକୁ ଥିବା ବେଳେ ଦୁଇ ଦଳ ନିଜର ବ୍ୟାଟିଂ ଦୁର୍ବଳତାକୁ ଏହି ମ୍ୟାଚରେ ଦୂର କରିବା ପାଇଁ ଚାହିଁବେ । ଏହି ଷ୍ଟାଡିୟମର ହାରାହାରି ପ୍ରଥମ ଇନିଂସ ଦଳଗତ ସ୍କୋର ୧୫୮ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ଏହା ୧୨୨ ରହିଛି ।