ବାରବାଟୀ ଟି-୨୦ମ୍ୟାଚ୍ : ଜୁନ୍ ପହିଲାରୁ ଟିକେଟ ବିକ୍ରି ଆରମ୍ଭ

0

କଟକ: ବାରବାଟି ଜମିବ ଟି-୨୦ ମ୍ୟାଚ୍ । ଜୁନ ୧୨ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ସାଉଥ ଆଫ୍ରିକା ଟି୨୦ ମ୍ୟାଚକୁ ଷ୍ଟାଡିୟମରେ ବସି ପୂର୍ଣ୍ଣ ସଂଖ୍ୟକ ଦର୍ଶକ ଉପଭୋଗ କରି ପାରିବେ।  ଗତ କାଲି BCCI ପରେ ଆଜି ରାଜ୍ୟ ସରକାର ମଧ୍ୟ ଦେଇଛନ୍ତି ଗ୍ରୀନ ସିଗ୍ନାଲ।  ମ୍ୟାଚ ପରିଚାଳନା ନେଇ OCA ସମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦେଇ ଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା। ଏହା ସହିତ ପୂର୍ବ ମ୍ୟାଚ ଗୁଡିକ ଭଳି ଏହି ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ଏବଂ ବାଲିଯାତ୍ରା ପଡିଆରେ ସର୍ଵ ସାଧାରଣଙ୍କ ପାଇଁ ହେବ ଗାଡି ପାର୍କିଂର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ତେବେ ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖରୁ ହେବ ଅନ ଲାଇନ ଟିକେଟ ବିକ୍ରି କରାଯିବ। ୯ ଓ ୧୦ ତାରିଖରୁ ଅଫ ଲାଇନ ରେ ହେବ ଟିକେଟ ବିକ୍ରି। ପେ ଟିମ ଜରିଆରେ ହେବ ଅନ ଲାଇନ ଟିକେଟ ବୁକିଙ୍ଗ ହେବ ଏବଂ ଅଫ ଲାଇନ ଟିକେଟ ବିକ୍ରି ପାଇଁ HDFC ବ୍ୟାଙ୍କ କୁ ଅନୁମତି ଦେଇଛି ଓସିଏ। ଅଫ ଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କୁ ବିକେନ୍ଦ୍ରିତ କରିଛି ଓସିଏ। କଟକରେ ଓ ଭୁବନେଶ୍ୱର ରେ ଦୁଇଟି ଲେଖାଏ ଟିକେଟ କାଉଣ୍ଟର ହେବ ବୋଲିସୂଚନା ଦେଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା।