ଟି-୨୦ ମ୍ୟାଚ୍ ଲାଗି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିଲା ସିଏମସି

0

କଟକ: ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ସିଏମସି ପକ୍ଷରୁ ବାରବାଟୀ ପ୍ୟାଲେସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଏହାକୁ ସିଏମସି ମେୟର ସୁବାସ ସିଂ ଉଦଘାଟନ କରିଥିଲେ । ମ୍ୟାଚ୍ ସରିବା ପର୍ଯ୍ୟନ୍ତ ସିିଏମସିର ସମସ୍ତ ବିଭାଗକ କର୍ମଚାରୀ ସେଠାରେ ଉପସ୍ଥିତ ରହିବେ । ଏଠାରରେ ସମସ୍ତ ପ୍ରକାର ଜରୁରୀକାଳୀନ ସେବାର ନିୟନ୍ତ୍ରଣ କରାଯିବ । ମ୍ୟାଚ୍ ପୂର୍ବରୁ ଓ ମ୍ୟଚ୍ ସମୟରେ ପୁଲିସ ସେବା, ଟ୍ରାଫିକ, ପାନୀୟ ଜଳ, ପରିମଳ, ବିଜୁଳି ଭଳି ସମସ୍ତ ଆନୁସଙ୍ଗିକ ସେବାର ସିଏମସିର କର୍ମଚାରୀମାନେ ତଦାରଖ ଓ ସମାଧାନ କରିବେ । ତେବେ ଏଥି ଲାଗି କ୍ରିକେଟ ପ୍ରେମୀ ଓ କଟକ ବାସିନ୍ଦାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି ।