ନୂଆଦିଲ୍ଲୀ : ତାଜିକିସ୍ତାନରେ ଭୂମିକମ୍ପ । ଏହି ଭୂମିକମ୍ପଟି ୧୬୦ କିଲୋମିଟର ଗଭୀରତା ରହିଥିବା ବେଳେ ଏହାର ରେକ୍ଟର ସ୍କେଲରେ ତିବ୍ରତା ୪.୭ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ଭୂମିକମ୍ପଟି ୩୭.୫୦ ଉତ୍ତର ଅକ୍ଷାଂଶ ଏବଂ ୭୨.୨୬ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଥିଲା। ଉଲ୍ଲେଖନୀୟ ଯେ, ମୃତାହତ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ।