ଏସିବି ମେଡିକାଲ ଡାକ୍ତର ନେଲେ କରୋନା ଟୀକା

0

କଟକ/ଭୁବନେଶ୍ୱର– କଟକସ୍ଥିତ ଏସିବି ମେଡିକାଲର ଡାକ୍ତର ଟୀକା ନେଇଛନ୍ତି । ଟୀକା ନେବା ପରେ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର କହିଛନ୍ତି ଯେ , ଟୀକା ନିଅନ୍ତୁ , ସୁରକ୍ଷିତ ରୁହନ୍ତୁ । ଏହି ସମୟ ହିଁ ଟୀକା ନେବାର ଉଚିତ ସମୟ ।ଟୀକା ନେବା ପରେ କାହା ପାଖରେ କୈାଣସି ପାଶ୍ୱର୍ ପ୍ରତିକିୟା ଦେଖିବାକୁ ମିଳିନାହିଁ । ଟୀକା ନେବା ପରେ ଏଯାଏଁ କାହା ପାଖରେ ପାଶ୍ୱର୍ ପ୍ରତକ୍ରିୟା ଦେଖିବାକୁ ମିଳିନାହିଁ । ତେଣୁ ଟିକା ନେବା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କରୋନା ବିରୋଧୀ ଲଢେଇରେ ଏକ ବଡ଼ ସଫଳତା ମିଳିଛି ବୋଲି ବିଶେଷଜ୍ଞ ଡାକ୍ତର କହିଛନ୍ତି ।
ତେବେ ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ କରାଯାଉଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକା ଦିଆଯିବ । ପ୍ରତି ପର୍ୟ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧ ହଜାର ଲୋକ ଟିକା ନେବା ପାଇଁ ମେଡିକାଲ କଲେଜ ଗୁଡିକରେ ବ୍ୟବସ୍ଥା ହୋଇଛି ।