ଦେଶର ପ୍ରଥମ ଟୀକା ନେଲେ ଦିଲ୍ଲୀ ଏମ୍ସର କରୋନା ଯୋଦ୍ଧା ମନିଶ କୁମାର

0

ନୂଆଦିଲ୍ଲୀ– ଦେଶର ସର୍ବ ବୃହତ ଟୀକାକରଣ ଆଜି ଭାରତରେ ଆରମ୍ଭ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭାରମ୍ଭ ପରେ ପ୍ରଥମ ଟୀକା ନେଇଛନ୍ତି ଦିଲ୍ଲୀ ଏମ୍ସ କରୋନା ଯୋଦ୍ଧା ମନିଶ କୁମାର । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ , ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କରୋନା ଯୋଦ୍ଧା ମନିଶଙ୍କ ପରେ ବରିଷ୍ଠ ଏମ୍ସ ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ଟୀକା ନେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ କରୋନା ବିରୋଧରେ ଜାରି ରହିଥିବା ଲଢେଇରେ ଟୀକା ସଞ୍ଜୀବନୀ ଭଳି କାମ କରିବି । ଏବେ ଲଢେଇ ଅନ୍ତିମ ତଥା ନିର୍ଣ୍ଣାୟକ ମୋଡରେ ପହଞ୍ଚିବା ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ , ୧୧ ମାସ ହେବ ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ରଖିଛି । ଏଥିରେ କୋଟି କୋଟି ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ଭୂତାଣୁ ସଂକ୍ରମଣରେ ପ୍ରାୟ ୧.୫ କୋଟି ଲୋକଙ୍କର ଜୀବନ ଯାଇଛି । ଏନେଇ କିଛି ଦେଶ ଟୀକାକରଣ ଆରମ୍ଭ କରିଥିବାବେଳେ ୩୦ କୋଟିରୁ ଅଧିକ ଲୋକଥିବା ଚୀନ , ଆମେରିକା ଓ ଭାରତରେ ଏହି ଟୀକାକରଣ ଆରମ୍ଭ କରାଯାଇଛି ।